current location : Lyricf.com
/
Songs
/
ତୁ ମୋରି ଦୁନିଆ [Tu Mori Duniya] [Transliteration]
ତୁ ମୋରି ଦୁନିଆ [Tu Mori Duniya] [Transliteration]
turnover time:2024-10-05 20:02:23
ତୁ ମୋରି ଦୁନିଆ [Tu Mori Duniya] [Transliteration]

ହୃଦୟ ପରିଧି ସୀମା ଡେଇଁ, ମନର ଝରକା ଯେବେ ଖୋଲେ

ଚେହେରା ତୋର ମୋତେ ଖାଲି ଦିଶିଯାଏ, ଏକଥା ଜାଣିଥା

ପ୍ରେମ ମାନେ ଖାଲି ଦେବା ଜାଣେ, ପାଇବା କଣ ଜାଣିନାହିଁ

ନିସର୍ତ୍ତରେ ତୋତେ ମୁଁ ଭଲପାଏ, ତୁ ଥରେ ବୁଝିଜା

ପ୍ରିୟା... ତୁ ମୋରି ଦୁନିଆ, ତୁ ମୋରି ଦୁନିଆ, ତୁ ମୋରି ଦୁନିଆ

ପ୍ରିୟା... ତୁ ମୋରି ଦୁନିଆ, ତୁ ମୋରି ଦୁନିଆ, ତୁ ମୋରି ଦୁନିଆ

ଜହ୍ନଟା ଲୁଚେ ଯେମିତି ବଉଦ ଫାଙ୍କ ଭିତରେ

ଶରମି ଯାଉଛୁ ସେମିତି ଆଜି ଦେଖିଲେ ମୋତେ ପାଖରେ

ମନର ଅକୁହା କଥା ଭାବୁଛି କହିଦେବିରେ

ଓଠ ଦରଜା ପାଖରୁ ସିଏ ପୁଣି ତ ଫେରିଯାଏ

ଅକୁହା ସେ କଥା ସବୁ, ତୁ ବୁଝିଜା

ପ୍ରିୟା... ତୁ ମୋରି ଦୁନିଆ, ତୁ ମୋରି ଦୁନିଆ, ତୁ ମୋରି ଦୁନିଆ

ପ୍ରିୟା... ତୁ ମୋରି ଦୁନିଆ, ତୁ ମୋରି ଦୁନିଆ, ତୁ ମୋରି ଦୁନିଆ

କାହିଁକି ଭଲ ଲାଗୁଛୁ ଏତେ ତୁ କହିଦେ ଥରେ

ହସିଲେ ତୁ ମୋତେ ଚାହିଁକି ତରଳି ଆପେ ଯାଏରେ

ହୃଦୟ ଚୁମ୍ବକ ପରି ଟାଣି ହେଇଯାଏ ରେ

ଜାଣେନା ପ୍ରେମ ହେଲେ ତ ବୋଧେ ଏମିତି କାହିଁ ହୁଏ ରେ

ପ୍ରେମର ସେ ଆକର୍ଷଣ, ତୁ ବୁଝିଜା

ପ୍ରିୟା... ତୁ ମୋରି ଦୁନିଆ, ତୁ ମୋରି ଦୁନିଆ, ତୁ ମୋରି ଦୁନିଆ

ପ୍ରିୟା... ତୁ ମୋରି ଦୁନିଆ, ତୁ ମୋରି ଦୁନିଆ, ତୁ ମୋରି ଦୁନିଆ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by