ଭାବିଥିଲି ଦେଖିବି ମୁଁ, ତୋ ବଧୂବେଶ
ଭାବିଥିଲି ଦେଖିବି ମୁଁ, ତୋ ବଧୂବେଶ
କାହା କାଇଁ କରିଦେଲୁ, ତୁ ମୋତେ ଶେଷ
ବିଶ୍ୱାସରେ ଭରିଦେଲୁ ତୁ ମୋର ବିଷ
ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ

ବେଶୀ ଭଲ ତୋତେ ପାଉଥିଲି ,ଜୀବନଠୁ ଗଲୁ ଦୂରେଇ
ଆଖିରେ ଲୁଚେଇ, ରଖିଥିଲି ବୋଲି, ସପନ ମୋ ଦେଲୁ ତୁ ଭାଙ୍ଗି

ଭାବିଥିଲି ଚାଲିବି ମୁଁ ତୋ ସାଥେ ବାଟ
କାହା କାଇଁ ଚାଲିଗଲୁ ଛାଡ଼ି ମୋର ହାତ
ମୋ ବାଟରେ କଣ୍ଟା ଦେଲୁ, ତୋ ବାଟେ ଫୁଲ
ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ
ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ
ଆସିଲୁ ତୁ କାଇଁ କିଛିଦିନ ପାଇଁ, ମିଛ ଭଲପାଇବା ପାଇଁ
ହୃଦୟ ଭାଷାକୁ ପାରିଲୁନି ବୁଝି, କୋଉ ରାଗ ଦେଲୁ ଶୁଝେଇ

ଭାବିଥିଲି ବଞ୍ଚିବି ମୁଁ ତୋ ସାଥେ ଧନ
କାହା ପାଇଁ ନେଇଗଲୁ ତୁ ମୋ ଜୀବନ
ମୋ ଜୀବନେ ଦୁଃଖ ଦେଲୁ, ନେଇ ମୋର ସୁଖ