ମୁରଲୀ । ତୋରେ ଶରଣ ଗଲି ରେ ମୁରଲୀ ।
ଦିନେ ନ ଡାକିବୁ ରାଧିକା ବୋଲି ରେ । ଘୋଷା ।
ସେ ନନ୍ଦସୁତ ମୁଁ ରାଜକୁମାରୀ
ବଂଶୀ ଦେଲୁ ସିନା ପରତେ କରି ରେ । ୧ । (ଏହି ଗୀତରେ ଅନୁପସ୍ଥିତ)
ଲୁଚି ଲୁଚି ଯାଏ ସଖୀ ସଙ୍ଗତେ
କି ଘେନି ଚିହ୍ନିଲୁ ମୁରଲୀ ମୋତେ ରେ । ୨ । (ଏହି ଗୀତରେ ଅନୁପସ୍ଥିତ)
ଜାତି ତୋର କଣ୍ଟାବାଉଁଶ ଖଣ୍ଡ
ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ । ୩ । (ଏହି ଗୀତରେ ଅନୁପସ୍ଥିତ)
କୃଷ୍ଣ ହସ୍ତୁ ବଂଶୀ କେ ଦ୍ୟନ୍ତା ମୋତେ
ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ । ୪ ।
ମୁରଲୀ ରେ ତୋର ଏଡ଼େ ବଡ଼ାଇ
ପତିବ୍ରତା ପଣ ଦେଲୁ ଛଡ଼ାଇ ରେ । ୫ ।
ବନମାଳୀ ବୋଲେ ଯୋଡ଼ିଣ କର
ଆଉଦିନେ ମୋର ନାମ ନ ଧର । ୬ ।