ତୋ ପ୍ରେମରେ ଥିଲା ଯେତେ ଭରସା, ଧୋଇ ନେଇଗଲା ଏ ବରଷା
କାଇଁ କାନ୍ଦୁଛୁ କହ

ନିଜକୁ ନିଜେ ତୁ ଦେ ବୁଝେଇ, ପ୍ରେମରେ ଜିତିଛୁ ହାରିନୁ ତୁହି
ପାଇବା ଟା ଶେଷ ନୁହେଁ ପ୍ରେମର
ତୋ ପ୍ରେମରେ ଥିଲା ଯେତେ ଭରସା, ଧୋଇ ନେଇଗଲା ଏ ବରଷା
କାଇଁ କାନ୍ଦୁଛୁ କହ
କାଇଁ କାନ୍ଦୁଛୁ କହ
ଜୀବନ ବିନା ଜିଇଁଜା ତୁ, ନିଶ୍ୱାସ ଯଦି ଦେଲା ରେ ଧୋକା
ଜିତିବା ବାଜି ହାରିବା ବୋଧେ, ଥିଲା ଏଇ ତୋର ଭାଗ୍ୟରେ ଲେଖା
ଅଧୁରା ଗପ ତୁ ଦେ ଭୁଲେଇ, ଚାଲିଜା ଆଗକୁ ବୁଲି ନ ଚାହିଁ
ଝୁଣ୍ଟିବା ଟା ଶେଷ ନୁହେଁ ଯେ ବାଟର
ତୋ ପ୍ରେମରେ ଥିଲା ଯେତେ ଭରସା, ଧୋଇ ନେଇଗଲା ଏ ବରଷା
କାଇଁ କାନ୍ଦୁଛୁ କହ
ତୋ ପ୍ରେମରେ ଥିଲା ଯେତେ ଭରସା, ଧୋଇ ନେଇଗଲା ଏ ବରଷା
କାଇଁ କାନ୍ଦୁଛୁ କହ
ଅନ୍ଧାର ଠାରୁ ଶିଖିଯା ତୁ, କେମିତି ଜିଏଁ ସେ ଆଲୁଅ ବିନା
ରାତି ବିତିଲେ ସକାଳ ଅଛି, ବୁଝିବି ତୁ କାହିଁ ଜମା ବୁଝୁନା
ଆଖିକୁ ନିଦରେ ଦେ ସଜେଇ , ଚେଇଁବା ଛାଡ଼ିଦେ ଜିଇଁବା ପାଇଁ
ଚେଇଁବା ଟା ଶେଷ ନୁହେଁ ଯେ ରାତିର