current location : Lyricf.com
/
Songs
/
ତୋ ପାଇଁ ସାଥିରେ, ଏ ଜୀବନ [To Pain Sathire E Jibana] lyrics
ତୋ ପାଇଁ ସାଥିରେ, ଏ ଜୀବନ [To Pain Sathire E Jibana] lyrics
turnover time:2024-10-05 01:28:50
ତୋ ପାଇଁ ସାଥିରେ, ଏ ଜୀବନ [To Pain Sathire E Jibana] lyrics

ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତି ରେ

ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତି ରେ

ତୁ କହିଲେ ସଞ୍ଜ ଆସିବ, ତୁ କହିଲେ ସକାଳ ହବ

ସୁରୁଜ ଉଇଁବ ରାତିରେ

ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତି ରେ

ଏ ଜୀବନ ଯାଉ ବିତି ରେ

ପାଖେ ଥାଇ ଜଣେ ଲାଗୁଥିଲା, ପରଦେଶୀ ପରି ଅଜଣା

ଆଜି ଲାଗେ ମୋତେ କେହି ଜଣେ ଅଛି, ନିଜଠାରୁ ବେଶୀ ଆପଣା

ଜାଦୁକର ତୁ ଜାଦୁ କଲୁ, ହେଇଗଲି ତୋ ବନ୍ଦୀ

ତୁ ନ ଆସିଲେ, ତୋତେ ନ ଦେଖିଲେ, ଦେହ ଜାଳିଦିଏ ଚାନ୍ଦିନୀ

ତୋ ପାଇଁ ସାଥିରେ, ଘର କଲି ମୋ ଛାତିରେ

ତୋ ପାଇଁ ସାଥିରେ, ଘର କଲି ମୋ ଛାତିରେ

ତୁ କହିଲେ ମେଘ ଆସିବ, ସେ ମେଘରେ ମୋତି ଝରିବ

ଇନ୍ଦ୍ରଧନୁ ଥିବ ରାତିରେ

ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତି ରେ

ଏ ଜୀବନ ଯାଉ ବିତି ରେ

ଆଜିକାଲି ଆଉ ମେଘ ବରଷୁନି, ଫୁଲ ବରଷୁଛି ଶ୍ରାବଣ

ଏତେ ଫୁଲ ନେଇ ତୁ ତ ଆସିଲୁ, ସବୁ ଋତୁ ହେଲା ଫଗୁଣ

ଚାଲୁଚାଲୁ ଯଦି ରାତି ଆସେ, ମୁଁ ଜହ୍ନ ହେଇ ଉଇଁବି

ଚାଲିବା ବାଟରେ ଯଦି ଥିବ କଣ୍ଟା, ମୁଁ ଆଗେ ପାଦ ଥୋଇବି

ତୋ ପାଇଁ ସାଥିରେ, ମୁଁ ଯାଇଛି ବାଜି ଜିତି ରେ

ତୋ ପାଇଁ ସାଥିରେ, ମୁଁ ଯାଇଛି ବାଜି ଜିତି ରେ

ତୁ ଚାଲିଲୁ ଯେବେ ସାଥିରେ, ମୁଁ ଜଳୁଛି ସବୁ ରାତିରେ

ଶୀତଳ ଚନ୍ଦନ ତାତିରେ

ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତି ରେ

ତୋ ପାଇଁ ସାଥିରେ, ଏ ଜୀବନ ଯାଉ ବିତି ରେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by