ସୁନେଲି ସୁନେଲି ଖରା, ତୋ ମୁହଁ ସାରା
କେବେ ଦିଶୁ ଗୋଲାପୀ ତୁ, କେବେ ଦିଶୁ ଗୋରା
ତୋ ଓଠରୁ ଝରି ପଡ଼େ ହସ ଚୁନାଚୁନା
ତୋ ଆଖି ମୋ ଅଇନା , ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା
ମୋତେ ତ ଉଡ଼େଇ ନିଏ ପବନ ଝୁଲଣା
ଫୁଲ ପିନ୍ଧେଇ ଦିଏ ମୋ ଦେହେ ଗହଣା
ତୁମେ ମୋ ପାଖେ ଥିଲେ, କିଛି ମୁଁ ଚାହେଁନା
ତୋ ଆଖି ମୋ ଅଇନା , ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା
ଯେତେ ମୁଁ ଜାଣିଛି ତୋତେ, ସେତିକି ଟାଣୁଛୁ ମୋତେ
ହାତରେ ଧରିଛୁ ସତେ ରେଶମୀ ଡୋରି
ଦୋଷ ନୁହେଁ ଏକା ମୋର, ତୁମେ ବି ତ ଯାଦୁଗର
ତୁମେ ତ କରିଛ ମୋତେ ମୋ ପାଖୁ ଚୋରି
ସବୁକିଛି ଉଠେ ଯେ ତୁମେ ଦେଲେ ଛୁଇଁ
ପତର ସବୁଜ ହୁଏ, ଭାରି ଯାଏ ନଈ
ବନେ ବନେ ନାଚି ଯାଏ , ମୋ ମନ ମଇନା
ତୋ ଆଖି ମୋ ଅଇନା , ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା
ଫୁଲର ଖବର ନେଇ, ପବନ ଯାଉଛି ବହି
ତା ମନର ମହୁମାଛି ଡାକିବା ପାଇଁ
ମୁଁ ବି ବସିଛି ଏଠି, ତୋ ଚାହାଣି ଚୋରା ଚିଠି
ମୋ ଦୁହିଁ ହାତରେ ଭାରି ପଢ଼ିବା ପାଇଁ
ତୁମେ ଦେଲେ ଛୁଇଁ ଲାଗେ, ଭଲ ଖାଲି ଭଲ
କଥା କହେ ଫୁଲଗଛ , ହସିଦିଏ ଫୁଲ
ଖାଲିଖାଲି ଲାଗେ ଏଠି ସବୁ ତୁମ ବିନା
ତୋ ଆଖି ମୋ ଅଇନା , ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା
ସୁନେଲି ସୁନେଲି ଖରା, ତୋ ମୁହଁ ସାରା
କେବେ ଦିଶୁ ଗୋଲାପୀ ତୁ, କେବେ ଦିଶୁ ଗୋରା
ତୋ ଓଠରୁ ଝରି ପଡ଼େ ହସ ଚୁନାଚୁନା
ତୋ ଆଖି ମୋ ଅଇନା , ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା , ତୋ ଆଖି ମୋ ଅଇନା
ତୋ ଆଖି ମୋ ଅଇନା