current location : Lyricf.com
/
Songs
/
ସୀତାହରଣ [SitaHarana] [Transliteration]
ସୀତାହରଣ [SitaHarana] [Transliteration]
turnover time:2024-07-04 14:25:18
ସୀତାହରଣ [SitaHarana] [Transliteration]

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ମାୟା କୁରଙ୍ଗୀ ଦେଖି ଲୋଭେ ହୋଇଲି ସୁଖୀ

ମାୟା କୁରଙ୍ଗୀ ଦେଖି ଲୋଭେ ହୋଇଲି ସୁଖୀ

କାନ୍ତ ବୋଇଲି ଶ୍ରଦ୍ଧା କରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ଶୁଣି ମୋର ଉତ୍ତର, ଧରି କୋଦଣ୍ଡ କର,ରାଘବ ଗଲେ ମୃଗ ମାରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ଲକ୍ଷ୍ମଣ ତ୍ରାହି ଶୁଣି,ତାଙ୍କୁ ପେଷିଲି ପୁଣି

ଲକ୍ଷ୍ମଣ ତ୍ରାହି ଶୁଣି,ତାଙ୍କୁ ପେଷିଲି ପୁଣି

ସେ ଗଲେ ମୋତେ କ୍ରୋଧ କରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ମୋତେ ଏକା ଦେଖିଣ, ଭିକ୍ଷା ମାଗି ରାବଣ

ମୋତେ ଏକା ଦେଖିଣ, ଭିକ୍ଷା ମାଗି ରାବଣ

ମାୟା ତପସ୍ୱୀ ରୂପ ଧରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ଧରି ମୋହର କର, ବସାଇ ରାହୁବର, ମୋତେ ନେଉଛି ଲଙ୍କାପୁରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

କହିବ ମୋ କାନ୍ତଙ୍କୁ ମାରିଣ ରାବଣକୁ

କହିବ ମୋ କାନ୍ତଙ୍କୁ ମାରିଣ ରାବଣକୁ

ମୋତେ ଆଣିବେ ବେଗ କରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ବୋଲେ ଦ୍ଵିଜ ଗୋପାଳ, ସୀତା ହୋଇ ଆକୁଳ

ବୋଲେ ଦ୍ଵିଜ ଗୋପାଳ, ସୀତା ହୋଇ ଆକୁଳ

କାନ୍ଦନ୍ତି ଶ୍ରୀରାମ ସୁମରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Shyamamani Pattanaik
  • country:India
  • Languages:Odia
  • Genre:Religious
Shyamamani Pattanaik
Latest update
Copyright 2023-2024 - www.lyricf.com All Rights Reserved