current location : Lyricf.com
/
Songs
/
ସାଧବ ବୋହୁକୁ ମାଟି ଭଲପାଏ ଯେତେ [Sadhaba Bohuku] [Transliteration]
ସାଧବ ବୋହୁକୁ ମାଟି ଭଲପାଏ ଯେତେ [Sadhaba Bohuku] [Transliteration]
turnover time:2024-10-04 19:42:45
ସାଧବ ବୋହୁକୁ ମାଟି ଭଲପାଏ ଯେତେ [Sadhaba Bohuku] [Transliteration]

ସାଧବ ବୋହୁକୁ ମାଟି ଭଲପାଏ ଯେତେ

ମୁଁ ତୋତେ ଭଲପାଏ ସେତେ, ମୁଁ ତୋତେ ଭଲପାଏ ସେତେ

ମେଘକୁ ବରଷା-ରାଣୀ ଭଲପାଏ ଯେତେ

ମୁଁ ତୋତେ ଭଲପାଏ ସେତେ,ମୁଁ ତୋତେ ଭଲପାଏ ସେତେ

ଭସା ମେଘଟେ ଆକାଶେ ହେଇ, ଭାସିଗଲେ ମୁଁ ଦୂରକୁ କାହିଁ

ମୁଁ କହିବି, ମୁଁ କହିବି, ମୁଁ କହିବି

ନେଇଯା ରେ ମେଘ ମୋତେ

ନେଇଯା ରେ ମେଘ ମୋତେ ମୋତେ, ମୋତେ

ନିଜର ହେଇ ନିଜେ ମୁଁ ନାହିଁ, ମୋ ଠାରୁ ଚୋରେଇ ନେଇଛୁ ମୋତେ

ଚୋରେଇ ନେଇ ମନରେ ଥୋଇ, ଲୁଚେଇ ଲୁଚେଇ ଦେଖୁଛି ତୋତେ

ତୋତେ ତ ଦେଖି ଏଇ ମୋ ଆଖି, ପକାଉନି ପତା ଭଲ ତୁ ଏତେ

ଭଲ ତୁ ବୋଲି ଭଲପାଇଲି, ସାକ୍ଷୀ ଏଇ ମାଟି ଆକାଶ ସତେ

ଆକାଶେ ବାନ୍ଧି ତୋ ପାଇଁ ବେଦି, ମେଘ ଆଣିବ ସବାରି ଯଦି

ମୁଁ କହିବି, ମୁଁ କହିବି, ମୁଁ କହିବି

ନେଇଯା ରେ ମେଘ ମୋତେ

ନେଇଯା ରେ ମେଘ ମୋତେ, ମୋତେ, ମୋତେ

ପ୍ରେମର ଋତୁ ଢାଳିଳା ରଙ୍ଗ, ସେ ରଙ୍ଗ ଏଯାଏଁ ଛାଡୁନି ମୋତେ

ଛାଡୁନି ମୋତେ ତୋ ପ୍ରେମ ସତେ, ସେ ପ୍ରେମରେ ଅଛି କିମିଆ ଏତେ

କିମିଆ କଲୁ କୁହୁକ କଲୁ, ମନର କୁଣିଆ କଲି ମୁଁ ତୋତେ

ସେଇ କୁଣିଆ ସବୁଦିନିଆ, ଫେରିବନି ଆଉ କହିଲେ ଯେତେ

ଫେରିଗଲେ ମୁଁ ଅଫେରା ବାଟେ, ତୋ ହାତ ଛାଡ଼ି ଛାଡ଼ି ମୁଁ ତୋତେ

ମୁଁ କହିବି ମୁଁ କହିବି ମୁଁ କହିବି

ନେଇଯା ରେ ମେଘ ମୋତେ

ନେଇଯା ରେ ମେଘ ମୋତେ ମୋତେ, ମୋତେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by