ସେ ଝିଅକୁ ମୁଁ ଯେବେ ଦେଖୁଛି,ହସି ହସି କିଛି କହୁଛି
ମୋତେ ଦେଖି ଲୁଚି ଲୁଚି ଯାଉଛି
ସେ ଝିଅଟି କଥା କେବେ ହଉନି, ମୁହଁକୁ ସେ ମୁହଁ ଚାଁହୁନି
ଆଖିରେ ସେ ବହି ଲେଖିଦେଉଛି
ସେ ଚୁନା ଲଗା ବନାରସୀ ପାନ,ତା ମହକରେ କିଣିନିଏ ମନ
ରାତି ହେଲେ ସପନରେ ଆସି,ଝରକାରେ ଦେଖାଉଛି ଜହ୍ନ
ନଖରା ସେ ଦେଖେଇ ଦେଲା ଯେବେ ଫସେଇ
ଘାଇଲା ମୁଁ ହେଇଯାଇଛି
ରାଜହଂସୀ, ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ, ତା ରୂପରେ ମେଘ ଝରିଯାଉଛି
ରାଜହଂସୀ, ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ, ତା ରୂପରେ ମେଘ ଝରିଯାଉଛି
ଓଠ ତାର ପୁରା ଷ୍ଟ୍ରବେରୀ, ବୟସ ଲାଗୁଛି ଅଂଗୂରୀ
କଥା ତାର କଡ଼ା ସୁପାରୀ, ନିଶା ତାର ମିଠା ଖଜୁରୀ
ରଙ୍ଗ ତାର ନୂଆ ଗହମ,ଯେମିତି ନିଆଁରେ ମହମ
ତରଳି ଯାଉଛି ଖରାରେ, କରୁଛି ଯେବେ ସରମ
ସେ ଘଣ୍ଟାଭରା ଗମଲାର ଫୁଲ, ତାକୁ ଛୁଇଁଦେଲେ ଝୁରି ଝୁରି ମଲ
ତା ମହକରେ ନିଆଁ ଖାଲି ଟାଣି, ହଉଥାଏ ମନେ ମନେ ଗେଲ ଗେଲ
କେମିତି ମୁଁ ପଟେଇ, ନେଇଯିବି ଉଡେଇ ଦିନରାତି ବସି ଭାବୁଛି
ରାଜହଂସୀ, ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ, ତା ରୂପରେ ମେଘ ଝରିଯାଉଛି
ରାଜହଂସୀ, ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ, ତା ରୂପରେ ମେଘ ଝରିଯାଉଛି
ପ୍ରେମ ତାର ଲାଗେ ଲଟେରୀ, ଫାଙ୍କା ଅଛି ମନ ପୋଖରୀ
ଯିତିବି ମୁଁ ଏକ ଭାବୁଛି, ମୋ ପାଇଁ ନିହାତି ଜରୁରୀ
ଧୀରେ ଧୀରେ ପାଖେ ଆସୁଛି, ଯେମିତି ସିଗ୍ନାଲ ଦଉଛି
କଥା ହବାକୁ ମୁଁ ଭାବିଲି, ନେଟୱର୍କ ଚାଲିଯାଉଛି
ସିଏ କୋଟିଏରେ ଗୋଟିଏ ସୁନ୍ଦରୀ, କେବେ ନେଇଯିବ ମୋତେରେ ଆଦରି
ମୋ ନିଦ ସବୁ ନେଇଛି ଚୋରେଇ, ମୋ ସପନରେ ବଜେଇ ପୈରୀ
ଦେଖା ଯେବେ ହେଇଛି, ପ୍ରେମ ହେଇଯାଇଛି
ତା ବାଟକୁ ଚାହିଁ ବସିଛି
ରାଜହଂସୀ, ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ, ତା ରୂପରେ ମେଘ ଝରିଯାଉଛି
ରାଜହଂସୀ, ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ, ତା ରୂପରେ ମେଘ ଝରିଯାଉଛି