current location : Lyricf.com
/
Songs
/
ଫୁଲର ସହରେ [Phula Ra Sahare] [Transliteration]
ଫୁଲର ସହରେ [Phula Ra Sahare] [Transliteration]
turnover time:2024-10-04 19:37:41
ଫୁଲର ସହରେ [Phula Ra Sahare] [Transliteration]

ଫୁଲର ସହରେ ଘରଟେ ତୋଳିଛି , ଫୁଲର ସହରେ ଘରଟେ ତୋଳିଛି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି , ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି

ତୁ ବସିବୁ ବୋଲି ପ୍ରିୟା , ତୁ ବସିବୁ ବୋଲି

ଚାନ୍ଦକୁ କହିଛି ଚାନ୍ଦିନୀ ଦବ, ତାରାକୁ କହିଛି ଗହଣା ହବ

ତୋ ବାଟକୁ ଚାହିଁଛି ଆଖିରୁ ନିଦ ଭୁଲି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

ସପନର ନଈକୂଳେ ବସିଛି ମୁଁ ତୋତେ ଚାହିଁ

ତୁ ଆସିଲେ, ତୋ କାନରେ, ତୁ ଆସିଲେ, ତୋ କାନରେ

ମନକଥା ଦେବୀ ମୁଁ କହି

ମେଘକୁ କହିଛି ବରଷା ଦବ, ଫଗୁଣ ତୋ ଦେହେ ରଙ୍ଗ ଢ଼ାଳିବ

ମୁଁ ସଜେଇ ରହିଛି ଗୋଲାପ ହେନା ମଲ୍ଲି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

ଯେଉଁଦିନ ତୁ ଆସିବୁ, ପାଦରେ ଅଳତା ନାଇ

ମୋ ଜୀବନେ ଭରିଯିବ, ମୋ ଜୀବନେ ଭରିଯିବ

ଅସରନ୍ତି ସୁଖର ଛାଇ

ଭଅଁର ତୋ ପାଇଁ ଗୀତ ଗାଇବା, ଅଳସ ନିଦରେ ଶୁଆଇ ଦବ

ମୁଁ ଚାହିଁଛି ତୋ ପାଇଁ ମନ ଦରଜ ଖୋଲି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

ଫୁଲର ସହରେ ଘରଟେ ତୋଳିଛି , ଫୁଲର ସହରେ ଘରଟେ ତୋଳିଛି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି , ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି

ତୁ ବସିବୁ ବୋଲି ପ୍ରିୟା , ତୁ ବସିବୁ ବୋଲି

ଚାନ୍ଦକୁ କହିଛି ଚାନ୍ଦିନୀ ଦବ, ତାରାକୁ କହିଛି ଗହଣା ହବ

ତୋ ବାଟକୁ ଚାହିଁଛି ଆଖିରୁ ନିଦ ଭୁଲି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

ତୁ ଆସିବୁ ବୋଲି ପ୍ରିୟା , ତୁ ଆସିବୁ ବୋଲି

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by