ଫଗୁଣ ମୋତେ ରଙ୍ଗଡ଼ାଲାରେ ରଙ୍ଗେଈ ଗଲାଣି
ଶ୍ରାବଣ ମୋତେ ମେଘ ଝୁଲରେ ଝୁଲେଇ ଦେଲାଣି
ହାଏରେ ମୋ ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ଓଃ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ପାଉଁଜି ମୋର ପାଦରେ ରହି ଫୁଲେଇ ହେଲାଣି
ଝୁମୁକା ମୋର କାନକୁ ଚୁମି ଝୁମେଇ ଦେଲାଣି
ହାଏ ରେ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ଓଃ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ଏମିତି ବୟସ, ଜାଣେନା ମୁଁ ଦେଲା ମୋତେ କିଏ
ଓଃ ଜାଣେନା ମୁଁ ଦେଲା ମୋତେ କିଏ
ଚଇତି ପବନ ମନକୁ ମୋ ଏଠିସେଠି ଥୋଏ
ଓଃ. ମନକୁ ମୋ ଏଠିସେଠି ଥୋଏ
ବାଦଲ ମୋତେ ଟାଣିନେବାକୁ ହାତ ବୁଣିଲାଣି
ଆକାଶ ମୋତେ ଉଡିଯିବାକୁ ହାତ ଠାରିଲାଣି
ହାଏ ରେ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ଓଃ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ସିନ୍ଦୁର ପିନ୍ଧିକି ବୋହୁ ପରି ଚାଲି ନଇଁ ନଇଁ
ଗଜରା ବାନ୍ଧିନି, ଭଅଁରକୁ ଡର ଲାଗେ କାଇଁ
ପୁନେଇ ଚାନ୍ଦ ମଥାକୁ ମୋର ଟିକିଲି ଦେଲାଣି
ବଉଳ ଫୁଲ ପୋତା ଛୁଇଁବା ବଉଳ ହେଲାଣି
ହାଏ ରେ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି
ଓଃ ମୋର ନୂଆ ଓଢ଼ଣୀ, କୁଆଡେ ମୋତେ ନଉଛି ଟାଣି