ଯଦି କେବେ ନୀରବତା, ଶିଖିଯାଏ କଥା କହି
ଝରି ଯିବ ତା ଆଖିରୁ, ସ୍ମୃତି କିଛି ଲୁହ ହେଇ
ମୋ ଠା'ରୁ ଅଧିକା, ମୋତେ ତୁ ଜାଣୁରେ
ଅନ୍ଧାରକୁ କେତେ ଡରେ
ଲିଭିଆସୁଥିବା ସେ ବତୀଘରକୁ, ପାଦ କାଢ଼ୁ କାହିଁ ଧୀରେ
ହସିବା ଶିଖେଇ କାନ୍ଦିବାକୁ କହୁ, ତୋ ବିନା ଜିଇବା ସହଜ ନୁହେଁରେ

ତୁମ ବାଲକୋନୀରେ ବସି ଦିନେ ମୋ ପାଖରେ
ଦୂର ଆକାଶକୁ ଦେଖିଥିଲ ମୋ ଆଖିରେ
ନିଦର ନିଲାମ ତୁମ ସ୍ବପ୍ନ ସହ ହେଇଯିବା ପରେ ପରେ
ପ୍ରେମର ବାଟରେ ଲୁହ ଜୋରିମାନା ଦିଅ ପୁଣି କାହିଁ ଥରେ
ହସିବା ଶିଖେଇ କାନ୍ଦିବାକୁ କହୁ, ତୋ ବିନା ଜିଇବା ସହଜ ନୁହେଁରେ
ହସିବା ଶିଖେଇ କାନ୍ଦିବାକୁ କହୁ, ତୋ ବିନା ଜିଇବା ସହଜ ନୁହେଁରେ
ଏବେ ପରି ଲାଗେ ପ୍ରଥମ ସେ ଦେଖାଚାହାଁ
୨ କପ କଫି ଲେଖିଦେଲା ବାକି ଯାହା
ନିଶାର୍ଦ୍ଧର ଚିଠି ଲୁଚେଇଦେଇଛି ତୁମ ପ୍ରିୟ ଭ୍ୟାନିଟିରେ
ପୁଣି କେବେ ଯଦି ଲେଉଟେ ଏ ଋତୁ ଝରିଯିବ ମୋ ଆଖିରେ