ନାହିଁ ମୋ ପାଦେ ଆଜି ନୁପୁର
ରୂମଝୁମ ଶୁଭେ ଏ କାହା ସୁର
ନାହିଁ ମୋ ପାଦେ ଆଜି ନୁପୁର
ରୂମଝୁମ ଶୁଭେ ଏ କାହା ସୁର
ଜାଣେନା ସେ କଲା କିମିଆ
ନାଚେ ସାରା ଦୁନିଆ
ନାଚେ ସାରା ଦୁନିଆ
ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି
ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି
ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି
ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି
ମୋ ନିଜ ଛବି ଦେଖି
ମୋ ନିଜ ଛବି ଦେଖି
ପଚାରେ ନିଜେ ଆଜି, କରିଛି କି ମୋତେ କିମିଆ
ନାଚେ ସାରା ଦୁନିଆ
ନାଚେ ସରେ ଦୁନିଆ
ନାହିଁ ମୋ ପାଦେ ଆଜି ନୁପୁର
ରୂମଝୁମ ଶୁଭେ ଏ କାହା ସୁର
ନାହିଁ ମୋ ପାଦେ ଆଜି ନୁପୁର
ରୂମଝୁମ ଶୁଭେ ଏ କାହା ସୁର
ଜାଣେନା ସେ କଲା କିମିଆ
ନାଚେ ସାରା ଦୁନିଆ
ନାଚେ ସାରା ଦୁନିଆ
ମୁଁ କହିନୀ ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହିଦେବ ବୋଲି
ମୁଁ କହିନୀ ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହିଦେବ ବୋଲି
ସେ ତାରା କହେ ହସି, ଓଃ ଓଃ ଓଃ
ସେ ତାରା କହେ ହସି, ଓଃ ଓଃ ଓଃ
ମୁଁ ମାନିନୀ ରୁପସି ତୁହି ତ କରିଛୁ କିମିଆ
ନାଚେ ସାରା ଦୁନିଆ
ନାଚେ ସାରା ଦୁନିଆ
ନାହିଁ ମୋ ପାଦେ ଆଜି ନୁପୁର
ରୂମଝୁମ ଶୁଭେ ଏ କାହା ସୁର
ନାହିଁ ମୋ ପାଦେ ଆଜି ନୁପୁର
ରୂମଝୁମ ଶୁଭେ ଏ କାହା ସୁର
ଜାଣେନା ସେ କଲା କିମିଆ
ନାଚେ ସାରା ଦୁନିଆ
ନାଚେ ସାରା ଦୁନିଆ