ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ଼
ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ଼
ଫେରିବାର ବେଳା ହେଲେ, ମୋର କିଆଁ ତମ କଥା ଏତେ ବେଶୀ ମନେ ପଡ଼େ
ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ଼
କେବେ କେବେ ନଦୀ ପଥ ହାରେ ପୁଣି ମରୁଭୂମି ବାଲୁକାରେ
ସାଗରର ଡାକ ଯେ ନଦୀ ଶୁଣିଛି ସେ କି ପଥ ଭୁଲିପାରେ
ଭଲ ଯିଏ ପାଏ ଏତେ ସେ କି ରୁହେ ଦୂରେ
ଦୂରେ ଅବା ପାଶେ ଥିଲେ ସବୁବେଳେ ତୁମେ କଥା ଖାଲି ମୋର ମନେ ପଡ଼େ
ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ଼
ତୁମେ ତ ପାଇଛ ମୋତେ ତୁମକୁ ପାଇଛି ଆଜି
ଦୁନିଆର ଝଡ଼ ଆଘାତେ ପ୍ରୀତିର ସପନ ଭାସି
ତେଣୁ ସେ ତ ଦୁନିଆକୁ ପାରେନାହିଁ ଫେରି
ତୁମଠାରୁ ବଡ଼ ମୋର ପ୍ରିୟତମା ଯାହା କଥା ଏତେ ବେଶୀ ମନେ ପଡ଼େ
ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ଼
ପକ୍ଷୀ ଫେରେ ନୀଡେ଼, ପକ୍ଷୀ ଫେରେ ନୀଡେ଼