current location : Lyricf.com
/
Songs
/
ଓଃ ମଧୁ lyrics
ଓଃ ମଧୁ lyrics
turnover time:2024-09-20 19:08:45
ଓଃ ମଧୁ lyrics

ତୁ କାକରର ବିନ୍ଦୁ, ତୁ ପୂର୍ଣ୍ଣିମାର ଇନ୍ଦୁ

ମୋ ପ୍ରେମରେ ତୁ ଏମିତି କହ କାଇଁ ଦାଉ ସାଧୁ

ତୁ କାକରର ବିନ୍ଦୁ, ତୁ ପୂର୍ଣ୍ଣିମାର ଇନ୍ଦୁ

ମୋ ପ୍ରେମରେ ତୁ ଏମିତି କହ କାଇଁ ଦାଉ ସାଧୁ

ଖାପ ଛଡ଼ା କାଇଁ ଏତେ ଦଉଛୁ , ଜଳେଇକି ମୋତେ ମଜା ନଉଛୁ

ଇଶାରାରେ ବା କେତେ ନଚଉଛୁ

ନୂଆ କରି ଏବେ ଏବେ ଉଡ଼ୁଛୁ, ବୟସର ଡେଣା ତୋର ଝାଡ଼ୁଛୁ

ଋତୁ ପରି କାଇଁ ଭାରି ବଦଳୁଛୁ, ଅଡ଼ୁଆ ସୂତାରେ କାଇଁ ମୋତେ ଛନ୍ଦୁ ଛନ୍ଦୁ

ଓଃ ମଧୁ, ମଧୁ, ମଧୁ , ତୁ କଲୁ କି ଯାଦୁ, ତୁ ବନିଯା ମୋ କୁଳବଧୁ

ଓଃ ମଧୁ, ମଧୁ, ମଧୁ , ତୁ କଲୁ କି ଯାଦୁ, ତୁ ବନିଯା ମୋ କୁଳବଧୁ

ଛୋଟମୋଟ ନୁହଁ ପ୍ରେମ ନିଶା, କେତେଦିନ ଗଲେ ଆଉ ବୁଝିବୁ ତୁ କହ

ଫେରେଇ ନେନି ମୁହଁ

ନୀଳ ଆଖି ତୋ ଭସାଭସା, ଦୁନିଆରେ ତୋ ପରି କେହି ବି ତ ନୁହଁ

ସମ୍ଭାଳି ଟିକିଏ ରହ

ଆ କହିଦେଇ ଲୁଚିଯାଉଛୁ, ନିଜ ସାଥେ ନିଜେ ଗପିହଉଛୁ

ନାଁ ଧରି ଡାକିଦେଲେ ଚମକୁଛୁ

ଟିକେ ଚାଲି ପୁଣି ବେଶୀ ଝୁଂଟୁଛୁ, ଖୁସି ରହି ଖୁସି କେତେ ବାଣ୍ଟୁଛୁ

ବଉଳର ଋତୁ ପରି ମହକୁଛୁ , ଅଡ଼ୁଆ ସୂତାରେ କାଇଁ ମୋତେ ଛନ୍ଦୁ ଛନ୍ଦୁ

ଓଃ ମଧୁ, ମଧୁ, ମଧୁ , ତୁ କଲୁ କି ଯାଦୁ, ତୁ ବନିଯା ମୋ କୁଳବଧୁ

ଓଃ ମଧୁ, ମଧୁ, ମଧୁ , ତୁ କଲୁ କି ଯାଦୁ, ତୁ ବନିଯା ମୋ କୁଳବଧୁ

ଟଣାଟଣା ତୋ ଆଖିର ଭାଷା ,ବୁଝିବାକୁ ବାକି ନାହିଁ ମୋର ତ ଆଉ

ତଥାପି ଦୁରେଇ ରହୁ

କେତେ ଆଉ ଦବୁ ମୋତେ ଆଶା , ଭଣ୍ଡେଇ ହଁ କହିଦେରେ କଣ ତୁ ପାଉ

ମନରେ ନିଆଁ ଲଗାଉ

କୁନି ଓଠରେ ତୁ କେତେ ଗପୁଛୁ, ଖୋଲା ଆଖିରେ ତୁ ସ୍ବପ୍ନ ଦେଖୁଛୁ

ହୀରା ପରି ସୁନା ଘରି ଝଟକୁଛୁ

ଆଜିକାଲି ସାରା ରାତି ଚେଉଁଛୁ, ଅଳ୍ପ ହସି ବେଶୀ ମନ ମହୁଛୁ

ଚୁନା ଚୁନା ମେଘ ପରି ବରସୁଛୁ , ଅଡ଼ୁଆ ସୂତାରେ କାଇଁ ଛନ୍ଦୁ ଛନ୍ଦୁ..ଛନ୍ଦୁ

ଓଃ ମଧୁ, ମଧୁ, ମଧୁ , ତୁ କଲୁ କି ଯାଦୁ, ତୁ ବନିଯା ମୋ କୁଳବଧୁ

ଓଃ ମଧୁ, ମଧୁ, ମଧୁ , ତୁ କଲୁ କି ଯାଦୁ, ତୁ ବନିଯା ମୋ କୁଳବଧୁ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by