ଯେବେ ମୋତେ ଥଣ୍ଡା ହେଇଥାଏ
ସିଏ ଆଲୋକ ପାଲଟି ଯାଏ
ମୋ ଜୀବନରେ ସୂର୍ଯ୍ୟ ପରି
ଯେବେ ମୋତେ ଆଘାତ ଲାଗିଥାଏ, ସିଏ ପ୍ରାର୍ଥନା କରେ
ସିଏ ନୀରବ ହେଇ ସବୁକିଛି କୁହେ
ଯେବେ ମୋତେ କଷ୍ଟ ହେଉଥାଏ
ସିଏ ମୋ ସହିତ କଷ୍ଟ ପାଏ
ଯେବେ ମୁଁ ହସେ, ସିଏ ବି ମୋ ସହିତ ହସିଉଠେ
ପ୍ରାୟତଃ ମୋ ଗୀତାଗୁଡ଼ିକ ତା' ପାଇଁ
ସିଏ ସର୍ବଦା ମୋ ବିସ୍ମୟ
ଯେବେ ମୁଁ ଭଲ ପରିବେଷଣ କରୁନଥାଏ
ସିଏ ମୋତେ ଆକାଶରୁ ବି ଉପରକୁ ଟେକିନିଏ
ସିଏ ଦୀପ୍ତିର ସୁଷମା
ସିଏ ମୋ ରକ୍ତଧାରା, ସିଏ ମିଠାପଣିଆ ଓ ଆଲୋକ
ତା ରକ୍ତ ମୋ ଶିରାପ୍ରଶିରାରେ ଚାଲେ
ଓ ମୋର ଶହଶହ ସ୍ମୃତି
ମୋର ହୃଦୟକୁ ହଜାର ତାରାରେ ବିଭୋର କରିଦିଅନ୍ତି
???
(ଘୋଷା)
ହେ ଭଗବାନ, ମୋ ପାଇଁ ଛାଡିଦିଅ
ମୋ ବୋଉର ସୁନ୍ଦର ଆଖି
ମୋ ଠାରୁ ଆଉ ବାକି ସବୁ ନେଇଯାଅ
କିନ୍ତୁ ତାର ଅଙ୍ଗଭଙ୍ଗୀର କଅଁଳପଣିଆ ଛାଡିଦିଅ
ସେ ମୋତେ ଏଇ ଦୁନିଆକୁ ଆଣିଛି
ଏବେବି ସେ ମୋତେ ପ୍ରତି କ୍ଷଣ ନେଇଚାଲିଛି
ସିଏ ନିଜ ସହ ମୋତେ ନେଇଯିବ
ମୁଁ ସର୍ବଦା ତା ପ୍ରତି ବିଶ୍ଵସ୍ତ ରହିବି
ଯେବେ ମୁଁ ଆଘାତପ୍ରାପ୍ତ ଥାଏ, ସିଏ ମିଠା ବ୍ୟବହାର ଦେଖାଏ
ଯେମିତି ଅସ୍ତିତ୍ଵର ଗୋଟେ ନରମ ଆଉଁସା
ଯେବେ ମୁଁ ହାର ମାନିଯାଏ
ସିଏ ଗୋଟେ ବାଘୁଣୀ ପାଲଟିଯାଏ
ଓ ମୁଁ ଧୈର୍ଯ୍ୟର ସହ ଉଠି ଛିଡାହୁଏ
ଯେବେ ମୋତେ ବଡପଣିଆର ଭ୍ରମ ହୁଏ
ସିଏ ମୋତେ ତଳକୁ ନେଇଆସେ, ବିନା ଆଘାତରେ
ଏ କଳିଯୁଗ ଦୁନିଆରେ
ସିଏ ମୋ ପାଇଁ କୋଟିଏରେ ଗୋଟିଏ