ଆଉ କେତେ ଗୀତ ଲେଖିବାକୁ ବାକି ଯେ ରହିଛି?
କହ, ରେ କୋଇଲି, ଗୀତ ଗାଇ ଉତ୍ତର ଦେ
ମୁଁ ସହରରେ ରହିବି ନା କେଉଁ ଉପକଣ୍ଠରେ?
ମୁଁ ଗୋଟେ ପଥର ପରି ପଡ଼ି ରହିବି ନା ତାରା ପରି ଜଳିବି ?
ଗୋଟେ ତାରା ପରି
ସୂର୍ଯ୍ୟ ମୋର, ମୋ ଆଡ଼େ ଅନା
ମୋ ପାପୁଲି ଗୋଟେ ମୁଠିରେ ପରିବର୍ତ୍ତିତ ହେଇଯାଇଛି
ଯଦି କିଛି ବାରୂଦ ଅଛି, ତ ମୋତେ କିଛି ନିଆଁ ଦିଅ
ବାସ ଏତିକି
ଏକାଟିଆ ପଥରେ କିଏ ଯାତ୍ରା କରିବ?
ଦୃଢ଼ ଓ ସାହସୀ ଲୋକମାନେ,
ଯୁଧ୍ୟକ୍ଷେତ୍ରରେ ନିଜ ଜୀବନ ହରେଇ ସାରିଛନ୍ତି, ଯୁଧ୍ୟକ୍ଷେତ୍ରରେ
ବହୁତ କମ ଲୋକ ଏବେ ଏକ ସ୍ପଷ୍ଟ ସ୍ମୃତି ରଖିବାରେ ସମର୍ଥ ଅଛନ୍ତି
ସ୍ପଷ୍ଟ ସ୍ମୃତି, ସ୍ଥିର ମନ, ଅସ୍ତ୍ର ଓ ନିଜ ପଂକ୍ତିରେ ରହିବା
ନିଜ ପଂକ୍ତିରେ ରହିବା
ସୂର୍ଯ୍ୟ ମୋର, ମୋ ଆଡ଼େ ଅନା
ମୋ ପାପୁଲି ଗୋଟେ ମୁଠିରେ ପରିବର୍ତ୍ତିତ ହେଇଯାଇଛି
ଯଦି କିଛି ବାରୂଦ ଅଛି, ତ ମୋତେ କିଛି ନିଆଁ ଦିଅ
ବାସ ଏତିକି
ତମେ ଏବେ କେଉଁଠି, ନିଶୁଳ୍କ ସ୍ଵାଧୀନତା?
ତମେ କାହାକୁ ସ୍ଵାଗତ କରୁଛ,
କଅଁଳିଆ ସୂର୍ଯ୍ୟକିରଣ ସହିତ? ଉତ୍ତର ଦିଅ
ତମ ସହିତ କେତେ ଭଲ ଲାଗେ, ତମ ବିନା କେତେ ଖରାପ ଲାଗେ
କାନ୍ଧ ଓ ମୁଣ୍ଡ ଏବେ ମାଲିକର ଚାବୁକ ତଳେ
ଏହା ସର୍ବନାଶ
ସୂର୍ଯ୍ୟ ମୋର, ମୋ ଆଡ଼େ ଅନା
ମୋ ପାପୁଲି ଗୋଟେ ମୁଠିରେ ପରିବର୍ତ୍ତିତ ହେଇଯାଇଛି
ଯଦି କିଛି ବାରୂଦ ଅଛି, ତ ମୋତେ କିଛି ନିଆଁ ଦିଅ
ବାସ ଏତିକି