current location : Lyricf.com
/
Songs
/
ଯାରେ ଭାସି ଭାସିଯା, ନୌକା ମୋର ଭାସିଯା [Jaare Bhasi Bhasi ja nauka mor bhasija] [English translation]
ଯାରେ ଭାସି ଭାସିଯା, ନୌକା ମୋର ଭାସିଯା [Jaare Bhasi Bhasi ja nauka mor bhasija] [English translation]
turnover time:2024-07-07 13:20:34
ଯାରେ ଭାସି ଭାସିଯା, ନୌକା ମୋର ଭାସିଯା [Jaare Bhasi Bhasi ja nauka mor bhasija] [English translation]

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ମହାନଦୀର ନୀଳ ଢେଉରେ, ନାଚି ନାଚି ତୁ ଭାସିଯା

ମହାନଦୀର ନୀଳ ଢେଉରେ, ନାଚି ନାଚି ତୁ ଭାସିଯା

ଯା ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ମହାନଦୀର ନୀଳ ଢେଉରେ, ନାଚି ନାଚି ତୁ ଭାସିଯା

ମହାନଦୀର ନୀଳ ଢେଉରେ, ନାଚି ନାଚି ତୁ ଭାସିଯା

ସମଲପୁର ନଈରେ ଆହା ସ୍ନାନ କରେ ନନୀ, ଆହା ସ୍ନାନ କରେ ନନୀ

ଗାଧୁଆ ତୁଠେ ଦିଶୁଛି ତାର ନାଲି ପଣତ କାନି,ଆହା ତାର ନାଲି ପଣତ କାନି

କହରେ, କହରେ ନନୀ କହରେ, କେଡ଼େ ନିର୍ଦ୍ଧୟ ତୋ ବାପା ମା ତୋତେ ଏ ଯାଏଁ ଦେଲେନି ବାହା

ନାଉରିଆ ତୁ ଶୁଣିଯା, ଚାଲିଛି ମୋର ବାର ଖୋଜା

ନାଉରିଆ ତୁ ଶୁଣିଯା, ଚାଲିଛି ମୋର ବାର ଖୋଜା

ବାପା ଖୋଜନ୍ତି ଦୂରବନ୍ଧୁ ଆଉ ମା ଖୋଜେ ଘରଜୋଇଁଆ

ବାପା ଖୋଜନ୍ତି ଦୂରବନ୍ଧୁ ଆଉ ମା ଖୋଜେ ଘରଜୋଇଁଆ

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

କଣ୍ଟିଲୋ ନୀଳମାଧବ ବେଢ଼ା ପାଚେରୀ ତଳେ ଗୋରୀ, ଆହା ପାଚେରୀ ତଳେ ଗୋରୀ

ନଈ ସୁଅରେ ଦେଇଛି କଳା ବଉଦ କେଶ ଖୋଲି, କଳା ବଉଦ କେଶ ଖୋଲି

କହରେ, ଗୋରୀ, କହରେ , କେଡ଼େ ନିର୍ଦ୍ଧୟ ତୋ ବାପା ମା ତୋତେ ଏ ଯାଏଁ ଦେଲେନି ବାହା

ନାଉରିଆ ତୁ ଶୁଣିଯା , ପଡ଼ିଲା ଯଦି ଜାତକଟା

ନାଉରିଆ ତୁ ଶୁଣିଯା , ପଡ଼ିଲା ଯଦି ଜାତକଟା

ମୁଗଲବନ୍ଦୀ ମରଦ କହେ, ମୁଁ କାଳେ ବଡ଼ ଜାତିଆ

ମୁଗଲବନ୍ଦୀ ମରଦ କହେ, ମୁଁ କାଳେ ବଡ଼ ଜାତିଆ

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ବାଙ୍କୀର ମହା ନଦୀର ଟିରେ, ନବୀନା ସୁକୁମାରୀ

ଏକେଲା ହୋଇ ମାଇପୀ ତୁଠେ, ବସିଛି ମନ ମାରି

କହରେ, କହରେ କୁଆଁରୀ କହରେ, କେଡ଼େ ନିର୍ଦ୍ଧୟ ତୋ ବାପା ମା ତୋତେ ଏ ଯାଏଁ ଦେଲେନି ବାହା

ନାଉରିଆ ତୁ ଶୁଣିଯା, କିଏ ବା ମୋତେ ହବ ବାହା

ନାଉରିଆ ତୁ ଶୁଣିଯା, କିଏ ବା ମୋତେ ହବ ବାହା

ଯିଏ ଦେଖନ୍ତି, ନାକ ଟେକନ୍ତି, ମୁଁ କାଳେ କାଳି କନିଆଁ

ଯିଏ ଦେଖନ୍ତି, ନାକ ଟେକନ୍ତି, ମୁଁ କାଳେ କାଳି କନିଆଁ

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ଗଡ଼ଗଡ଼ିଆ ଘାଟରେ, କଟକିଆଣି ଝିଅ

ଗାଧୁଆ ତୁଠ ଉଜ୍ବଳ କରି, ମାଜୁଛି ସୁନା ଦିହ

କହରେ, କହରେ ଝିଅ କହରେ, କେଡ଼େ ନିର୍ଦ୍ଧୟ ତୋ ବାପା ମା ତୋତେ ଏ ଯାଏଁ ଦେଲେନି ବାହା

ଅଦାବେପାରୀ ନାଉରିଆ, ତୁ ଟା ବଡ଼ ବେହିଆ

ଅଦାବେପାରୀ ନାଉରିଆ, ତୁ ଟା ବଡ଼ ବେହିଆ

ତୋ ବାପାର ଯାଉଛି କିସ, ମୁଁ ହେଲି ନହେଲି ବାହା

ତୋ ବାପାର ଯାଉଛି କିସ, ମୁଁ ହେଲି ନହେଲି ବାହା

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ତଳମାଳରେ ରୂପକୁମାରୀ, ନିରୋଳା ଦେଖି ଘାଟ

ଆପଣ ସୁଖେ ଗାଧୁଆ ସାରି, ପଖାଳେ ପିନ୍ଧା ପାଟ, ଆହା ପଖାଳେ ପିନ୍ଧା ପାଟ

କହରେ, ସୁନ୍ଦରୀ କହରେ, କେଡ଼େ ନିର୍ଦ୍ଧୟ ତୋ ବାପା ମା ତୋତେ ଏ ଯାଏଁ ଦେଲେନି ବାହା

ନାଉରିଆ ତୁ ଶୁଣିଯା, କେମିତି ଭଲ ହବ ବାହା

ନାଉରିଆ ତୁ ଶୁଣିଯା, କେମିତି ଭଲ ହବ ବାହା

ଭୁବନେଶ୍ୱର କିରାଣୀ ବର ମାଗୁଛି କଟକଟିଆ

ଭୁବନେଶ୍ୱର କିରାଣୀ ବର ମାଗୁଛି କଟକଟିଆ

ଯା ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ଯା ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ମହାନଦୀର ନୀଳ ଢେଉରେ, ନାଚି ନାଚି ତୁ ଭାସିଯା

ମହାନଦୀର ନୀଳ ଢେଉରେ, ନାଚି ନାଚି ତୁ ଭାସିଯା

ଯା ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

ଯାରେ ଭାସି ଭାସିଯା, ନୌକା ମୋର ଭାସିଯା

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Akshaya Mohanty
  • country:India
  • Languages:Odia
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty
Latest update
Copyright 2023-2024 - www.lyricf.com All Rights Reserved