current location : Lyricf.com
/
Songs
/
Humane Sagar - ତୋ ପାଖରେ ଆରମ୍ଭ ପ୍ରେମ [To Pakhare Arambha Prema]
Humane Sagar - ତୋ ପାଖରେ ଆରମ୍ଭ ପ୍ରେମ [To Pakhare Arambha Prema]
turnover time:2024-07-03 07:24:52
Humane Sagar - ତୋ ପାଖରେ ଆରମ୍ଭ ପ୍ରେମ [To Pakhare Arambha Prema]

କେମିତି ତୋତେ କହିବି ମୋର କେତେ ତୁ ଜରୁରୀ

ଚାହୁଁଛି ତୋତେ ଚାହିଁବି ନିଜ ଠାରୁ ବି ଆହୁରି

କେମିତି ତୋତେ କହିବି ମୋର କେତେ ତୁ ଜରୁରୀ

ଚାହୁଁଛି ତୋତେ ଚାହିଁବି ନିଜ ଠାରୁ ବି ଆହୁରି

ପାଖେ ପାଖେ ଥିଲେ ତୁହି ଦରକାର ଜମା ନାହିଁ ନିଶ୍ୱାସ ଜିଇଁବାକୁ

ମନ ଥିଲା ମଲା ନଈ ତୋ ଆଡ଼େ ଗଲା ବହି ଥରେ ତୁ ଡାକୁଡାକୁ

ଯେବେ ଠାରୁ ଆସିଛୁ ତୁ ବାକି ନାହିଁ କିଛି ଆଉ ଅବଶୋଷ

ହାଏ ହାଏ, ତୋ ପାଖରେ ଆରମ୍ଭ ପ୍ରେମ ତୋ ପାଖରେ ହିଁ ଶେଷ

ହାଏ, ତୋ ପାଖରେ ଆରମ୍ଭ ପ୍ରେମ ତୋ ପାଖରେ ହିଁ ଶେଷ

କେହି କେବେ ଯଦି ପଚାରେ ମୋତେ ଖୁସି ତୁ କାହିଁ

ବଦନାମ କାଳେ ହେଇଯିବୁ ପାରେନି ସତ କେହି

ଜାଣିଜାଣି ଯେତେ ପାଖରୁ ତୋତେ ରଖୁଛି ମୁଁ ଦୂରେଇ

ଅଦିନିଆ ଦୁଷ୍ଟ ମେଘ ପରି ଦଉ ମୋ ଦେହ ଧୋଇ

ଫେରିଯାଏ ମୌସୁମୀ ବଢ଼ିଯାଏ ପାଗଳାମି ହେଲେ ତୁ ଯାଉ ଲୁଚି

ଦୌଲତଠୁ ବି ଦାମୀ ମୋର ଏଇ ନଖରାମି ସାଉଁଟି ନେ କିଛି

ମୋନାଲିସା ହସ ଆଗେ ଢେର ବେଶୀ ମିଠା ଲାଗେ ତୋ ହସ

ହାଏ ହାଏ, ତୋ ପାଖରେ ଆରମ୍ଭ ପ୍ରେମ ତୋ ପାଖରେ ହିଁ ଶେଷ

ହାଏ, ତୋ ପାଖରେ ଆରମ୍ଭ ପ୍ରେମ ତୋ ପାଖରେ ହିଁ ଶେଷ

ନିଦ ନେଇ ପୁଣି ଅଳସ ଆଣି ଭରିଦେଲୁ ଦେହରେ

ଶୁଏନାହିଁ ହେଲେ ତଥାପି ଏ ଆଖିକୁ ସ୍ୱପ୍ନ ଫେରେ

ଯେତେ ସବୁ ଖୁସି ଦେବି ରେ ବୁଣି ତୋ ଆଖପାଖରେ

ଅନୁମତି ଦେଲେ କେବେ ଥରେ ନିଜକୁ ଜାଳିପାରେ

ଲମ୍ବା ଥିଲା ଏଇ ରାସ୍ତା କମିଗଲା ତା ଦୂରତା, ସାଥିରେ ଅଛୁ ବୋଲି

ଦୁଇ ଦେହ ଗୋଟେ ଛତା ବଢିଗଲା ନୀରବତା, ସବୁ ମୁଁ ପାଇଗଲି

ହାତ ତୋର ଧରିନେଲି ସମୟରେ ଦବିଗଲା ଦୂରତା

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Humane Sagar
  • country:India
  • Languages:Odia
  • Genre:Pop, Soundtrack
  • Wiki:https://en.m.wikipedia.org/wiki/Humane_Sagar
Humane Sagar
Latest update
Copyright 2023-2024 - www.lyricf.com All Rights Reserved