current location : Lyricf.com
/
Songs
/
ହେଇଯା ମୋ ପ୍ରେମିକା [Heija Mo Premika] [English translation]
ହେଇଯା ମୋ ପ୍ରେମିକା [Heija Mo Premika] [English translation]
turnover time:2024-10-05 20:08:42
ହେଇଯା ମୋ ପ୍ରେମିକା [Heija Mo Premika] [English translation]

ଖବର ଦେଲେ ତୋ ସାଙ୍ଗମାନେ, ତୁ ମୋତେ ଖୋଜୁଛୁ ମନେମନେ

ଖବର ଦେଲେ ତୋ ସାଙ୍ଗମାନେ, ତୁ ମୋତେ ଖୋଜୁଛୁ ମନେମନେ

ତୋର ଆଖିରେ, ଓଠରେ, ହସରେ, ଲାଜରେ ମୁଁ ଥାଏ

ହସିଲେ, ଋଷିଲେ, ରାଗିଲେ, ମୁଁ ଖୋଜୁଥାଏ

ତୋର ଆଖିରେ, ଓଠରେ, ହସରେ, ଲାଜରେ ମୁଁ ଥାଏ

ହସିଲେ, ଋଷିଲେ, ରାଗିଲେ, ମୁଁ ଖୋଜୁଥାଏ

ଚାହାଣୀରେ ମାରି ତୀର, ଚିରିଦେଇ ଛାତି ମୋର

ହେଲୁ ସ୍ୱପ୍ନ ନାୟିକା

ହୋ, ନିହାରିକା, ରହନି ତୁ ଏକାଏକା

ତୁ ଆଜି ହେଇଯା ମୋ ପ୍ରେମିକା

ହୋ, ନିହାରିକା, କହୁଛି ତୋ ହାତରେଖା

ଜମିବ ଆମ ଯୋଡ଼ି ହେଇଛି ଲେଖା

ସୁନା ଲଗା ଜରି ତୋ ଓଢ଼ଣୀରେ, ଚମକେ ବିଜୁଳି ପରି

ମହୁଝରା ହସ ଓଠରୁ ଝରିଲେ, ପୁନେଇ ଆସେ ରେ ଫେରି

ଚାଲିଯାଉ ଯେବେ ତୁ ସାଙ୍ଗ ସାଥିରେ, ପବନରେ ଲାଗେ ନିଆଁ

ତୋ ରୂପ ଲାଗେ ରେ ବାରୂଦ ବାରୂଦ, ମୋ ଆଖିରୁ ଉଠେ ଧୂଆଁ

ତୋର ରୂପରେ ରଙ୍ଗରେ ଢଙ୍ଗରେ ସାଙ୍ଗରେ, ମୁଁ ଥାଏ

ଚାଲିଲେ, ଝୁଣ୍ଟିଲେ, ରହିଲେ, ମୁଁ ଖୋଜୁଥାଏ

ତୋର ରୂପରେ ରଙ୍ଗରେ ଢଙ୍ଗରେ ସାଙ୍ଗରେ ମୁଁ ଥାଏ

ଚାଲିଲେ, ଝୁଣ୍ଟିଲେ, ରହିଲେ, ମୁଁ ଖୋଜୁଥାଏ

ଅମାନିଆ ମନ ତୋର, ମୋ ମନେ ତୋଳି ଘର

ହୁଏ ଅଭିସାରିକା

ହୋ, ନିହାରିକା, ରହନି ତୁ ଏକାଏକା

ତୁ ଆଜି ହେଇଯା ମୋ ପ୍ରେମିକା

ହୋ, ନିହାରିକା, କହୁଛି ତୋ ହାତରେଖା

ଜମିବ ଆମ ଯୋଡ଼ି ହେଇଛି ଲେଖା

ଇନ୍ଦ୍ରଧନୁ ପରି ତୋ ଏହି ବୟସେ, ଲାଗିଲା ଇଏ କି ରଙ୍ଗ

କିଛି ବି କହିଲେ ମୁହଁ ବୁଲଉଛୁ , କାହିଁକି କରୁଛୁ ରାଗ

ମାନିଯା ଆଜି ମୁଁ ତୋର ନିଜର, ଦୁନିଆ ଟା ହେଉ ପର

କହିଦେ କାରଣ ଛୁଇଁବାକୁ ଗଲେ, କାହିଁକି ଯାଉଛୁ ଦୂର

ତୋର ଗପରେ, ଗୀତରେ, ନିଦରେ ,ସ୍ୱପ୍ନରେ ମୁଁ ଥାଏ

ଲେଖିଲେ ପଢ଼ିଲେ ଗାଇଲେ, ମୁଁ ଖୋଜୁଥାଏ

ତୋର ଗପରେ, ଗୀତରେ, ନିଦରେ ,ସ୍ୱପ୍ନରେ ମୁଁ ଥାଏ

ଲେଖିଲେ ପଢ଼ିଲେ ଗାଇଲେ, ମୁଁ ଖୋଜୁଥାଏ

ପ୍ରିୟତମା ମୋର ହେଇ, ପାଖେ ଆସିଯା ରହି

କେବେ ମଧୁଚନ୍ଦ୍ରିକା

ହୋ, ନିହାରିକା, ରହନି ତୁ ଏକାଏକା

ତୁ ଆଜି ହେଇଯା ମୋ ପ୍ରେମିକା

ହୋ, ନିହାରିକା, କହୁଛି ତୋ ହାତରେଖା

ଜମିବ ଆମ ଯୋଡ଼ି ହେଇଛି ଲେଖା

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by