current location : Lyricf.com
/
Songs
/
ଗୋଲାପୀ ଚିଠି [Golapi Chithi] [Transliteration]
ଗୋଲାପୀ ଚିଠି [Golapi Chithi] [Transliteration]
turnover time:2024-07-04 21:34:16
ଗୋଲାପୀ ଚିଠି [Golapi Chithi] [Transliteration]

ଗୋଲାପୀ ଚିଠିର ଗୋଲାପୀ ରଙ୍ଗରେ ,ରଙ୍ଗେଇଲୁ ଯେବେ ମୋ ଛାତି ଲଫଫା

ମୋ ମନ ସାରା ତୋ ମନ ଠିକଣା ,ଆପେଆପେ ହେଲା ଛପା

ମୋ ଭାଗର ଯେତେ ସବୁ ଖୁସି ,ତୋ ଭାଗରେ ଅଜାଡ଼ି ଦେଲି

ବଦଳରେ ଲୋଡ଼ା ନାହିଁ କିଛି ହେଇ ,ଗଲେ ତୁ ମୋର ଖାଲି

ମୁଠାରେ ମୁଠାଏ ପ୍ରେମ ନେଇ ,ପାପୁଲିରେ ଦେଲୁ ତୁ ଥୋଇ

ମୋ ଖାଲି ହାତରେ ତୋ ପ୍ରେମର ,ରେଖା ଗଲା ରେ

ଆକାଶ ଦେହରୁ ଆକାଶୀ ମେଘଟା ,ଝରେଇଲା ଯେବେ ମୋତି ବରଷା

ସେ ବରଷା ଧାରା ମୋ ହୃଦୟ ସାରା ,ଭରିଦେଲା ଆଣି ତୋ ନିଶା

ଖୋଜିଖୋଜି ଆଜି ଅନେକ ଭିଡ଼ରୁ ,ତୋତେ ଏକା ନେଇଛି ବାଛି

ତୋତେ ପାଇ ମୁଁ ମୋଠୁ ଦୂରେଇ , ତୋ ଭିତରେ ହଜିଯାଇଛି

ଆଖିରେ ଆଖିଏ ସ୍ୱପ୍ନ ନେଇ, ମୋ ଆଖିକୁ ଦେଲୁ ଅନେଇ

ମୋ ବୁଜା ପଲକରେ ପ୍ରେମର ,ନିଦ ଆଉ ସରୁନାହିଁ

ପାଉଁଜି ବାଜିଲେ ରୁଣୁଝୁଣୁ ତୋ ପାଦରେ ,ପ୍ରେମର ଶବଦ ଶୁଭିଯାଏ ମୋ କାନରେ

ତୋ ହାତ ଛୁଆଁରେ ଝୁମିଝୁମି ମୁଁ ଯାଏ ରେ

ଫିକା ଏଇ ମୋ ଦେହରେ, ଲାଜର ଅବିର ଲାଗେ ରେ

ନିଆଁରା ତୋ ଲାଜ ହଁ ମୋତେ କିଣୁଛି

ତୋ ପାଇଁ ଛାତିରେ, ପ୍ରୀତିର ଢ଼େଉ ଉଠୁଛି

ତୋ ବାଟରେ ମୋ ଏଇ ପାଦଟା ଚାଲିବାକୁ କରୁଛି ଜିଦି

ତୋ ଛାଇରେ ମୋ ଦେହ ଛାଇଟା ଜାଣିଶୁଣି ହଉଛି ଛନ୍ଦି

ନିଜଠୁ ହେଇ ମୁଁ ପରଦେଶୀ ତୋ ଠାରେ ଗଲି ମୁଁ ଭରସି

ମୋ ପ୍ରତି ନିଶ୍ୱାସରେ ଖାଲି ତୋ ବାସ୍ନା ଯାଉଛି ବାସି

ବେଶୀଠୁ ଆହୁରି ଟିକେ ବେଶୀ ଯାଉଛି ତୋ ଲାଗି ଝଲସି

ମୋ ଏଇ ଚେହେରାରେ ଚମକ ତୋର ଯାଉଛି ରେ ମିଶି

ଭାବନା ସହରେ ଦୋଳିଟିଏ ମୁଁ ବାନ୍ଧିଛି

ହଁ ସେଇ ଦୋଳିରେ ତୋ ସାଥିରେ ମୁଁ ଝୁଲୁଛି

ଯେବେ ମୁଁ ମୋ ମୁହଁ ଆଇନାରେ ହଁ ଦେଖୁଛି

ତୋ ମୁହଁ ଦିଶି ଯାଉଛି ନଜର ମୋ ଲାଖି ଯାଉଛି

ତୋ ସେଇ ନଜର ନିଜର ଲାଗେ ରେ

ମୋତେ ତୋ ସ୍ୱର ରେଶମୀ ଫାସ ବାନ୍ଧେ ରେ

ତୋରି ଓଠର ପ୍ରତିଟି କଥାରେ ହେଇଯାଏ ଟାଣି

ତୋ ରୂପର କାଉଁରୀ କୁହୁକ ମୋତେ ଆଜି କରିଛି ଗୁଣି

ମୋ ମନ ଚାହୁଁଛି ଦିନରାତି ତୋ ପ୍ରେମର ମିଠା ରାଜୁତି

ତୋ ସାଥେ ମୋର ସବୁ ସମୟ ଯାଉ ଏମିତି ବିତି

ଦେଇଛି ତୋତେ ମୁଁ ଅନୁମତି ହବାକୁ ମୋ ଖାସ ଅତିଥି

ତୋ ସାଥେ ଜିଇଁବି ମୋ ଜୀବନ ସାଜି ତୋ ଜୀବନସାଥୀ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Kuldeep Pattanayak
  • country:India
  • Languages:Odia
Kuldeep Pattanayak
Latest update
Copyright 2023-2024 - www.lyricf.com All Rights Reserved