ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି
ହେଲ କି ନିଷ୍ଠୁର-ଚିତ୍ତ, ନୀଳାଚଳେ ବିଜେ କରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋ ହରି
ଲକ୍ଷେ ଯୋଜନରେ ଗଜ ଡାକିଲା "ହେ ଦେବରାଜ"
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି
କୁରୁପତି ସଭା ତଳେ, ଦ୍ରୌପଦୀ ଆତଙ୍ଗ କାଳେ
କୋଟିବସ୍ତ୍ର ଦେଇ ହେଳେ , ଲଜ୍ୟାରୁ କରିଛ ପାରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି
ବଳବନ୍ତ ପ୍ରଭୁ ବୋଲି, ବଳେ ମୁଁ ଯେ ଆଶା କଲି
ଦେଖୁଦେଖୁ ଭାସିଗଲି , କେ ଏଠୁ କରିବ ପାରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି
ରଖ ବା ନରଖ ମୋତେ, ଶରଣ ତୋ ପାଦ କତେ
କହେ ବନମାଳୀ ଗୀତେ, ବସିଅଛି ଧ୍ୟାନ କରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି
ହେଲ କି ନିଷ୍ଠୁର-ଚିତ୍ତ, ନୀଳାଚଳେ ବିଜେ କରି
ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି