ଫଗୁ-ଫଗୁ ଲାଗେ, ବିନା ଫଗୁଣରେ
ଫଗୁ-ଫଗୁ ଲାଗେ, ବିନା ଫଗୁଣରେ
ତୁ ଛୁଇଁଗଲା ପରେ, ଅନ୍ୟମନସ୍କରେ , ଅନ୍ୟମନସ୍କରେ
ରଙ୍ଗ-ରଙ୍ଗ ଲାଗେ ବିନା ରଙ୍ଗୋଲିରେ
ରଙ୍ଗ-ରଙ୍ଗ ଲାଗେ ବିନା ରଙ୍ଗୋଲିରେ
ତୋ ହାତର ସ୍ପର୍ଶ ପରେ, ଅନ୍ୟମନସ୍କରେ,ଅନ୍ୟମନସ୍କରେ
ତୋ ଛବି ଆଙ୍କିଦେଲି ହୋଇ ଚିତ୍ରକାର
ହୃଦୟରେ ଲୁଚେଇଲି, ହୋଇ ପ୍ରେମ-ଚୋର
ରହିଗଲୁ ତୁ ହୃଦୟରେ ,ଅନ୍ୟମନସ୍କରେ,ଅନ୍ୟମନସ୍କରେ
ଅନ୍ୟମନସ୍କରେ, ଅନ୍ୟମନସ୍କରେ
ଏଇ ଜୀବନ ଥିଲା, ଶୁଖିଲା ଶୁଖିଲା
ତୋତେ ମୋ ଛିଟା ଦେଇ ଭିଜେଇ ସେ ଦେଲା
ଦେଖିଦେଲି ତୋତେ ଧୀରେ ଧୀରେ , ବାନ୍ଧିଦେଲି ନଜର-ବନ୍ଦୀରେ
ଦେଖିଦେଲି ତୋତେ ଧୀରେ ଧୀରେ , ବାନ୍ଧିଦେଲି ନଜର-ବନ୍ଦୀରେ
ରହିଗଲୁ ତୁ ହୃଦୟରେ, ଅନ୍ୟମସ୍କରେ , ଅନ୍ୟମନସ୍କରେ
ଅନ୍ୟମନସ୍କରେ ,ଅନ୍ୟମନସ୍କରେ
ମେଘ ପାଲିଙ୍କିରେ , ତୁ ମୋ ମେଘରାଣୀ
ଗୋଲାପ ପାଖୁଡ଼ା ବିଞ୍ଚିଦେଲୁ ଆଣି
ତୁ ମୋ ଜହ୍ନମୁକ୍ତ ଆକାଶରେ, ମୁଁ ଯେ କଇଁ ତୋ ପାଦପଦ୍ମରେ
ତୁ ମୋ ଜହ୍ନମୁକ୍ତ ଆକାଶରେ, ମୁଁ ଯେ କଇଁ ତୋ ପାଦପଦ୍ମରେ
ରହିଗଲୁ ତୁ ହୃଦୟରେ, ଅନ୍ୟମନସ୍କରେ,ଅନ୍ୟମନସ୍କରେ
ଅନ୍ୟମନସ୍କରେ,ଅନ୍ୟମନସ୍କରେ