ଯେବେ ଆକାଶ ଏତେ ଗଭୀର ଥାଏ କି
ତା'ର ଛିଦ୍ର ଆଉ ଦେଖା ଦିଏନା
ବାଦଲ ତେବେ ବି ମୋ ଆଖିପତାରେ ଥାଆନ୍ତି
ଓ କୋଠରୀର ଆଲୋକ ଏତେ ଫିକା
ଯେ ମୁଁ ଆଉ ଦେଖା ଯାଏନି
ତମ ଭାବନା ତେବେ ବି ଉଜ୍ଵଳ ଥାଏ
ମୋତେ ଲାଗୁଛି ମୁଁ ବୁଡ଼ିଯାଉଛି
ଯେବେ ତମ ଧୂଆଁ ଉପରକୁ ଯାଏ
ଆଗେ ମୁଁ ତମ ପାଖକୁ ଯିବାକୁ ଚାହୁଁଥିଲି
ତଥାପି ମୋର ତମ କାନ, ଓଠ, ଆଖି, ହୃଦୟ ପ୍ରତି କୌଣସି ଭାବନା ନାହିଁ
ମୁଁ ଆଉ କାହାର ସାହାରା ନେଇପାରିବି ନାହିଁ
ମୁଁ ଦୂଖିତ ଯେ ଦୁଖଦ ଘଟଣା ପୁଣିଥରେ ଘଟିବ
ମୋ ଜୀବନ ସାରା, ମୋ ଜୀବନ ସାରା
ଗୋଟେ ଜିନିଷ ଯେତେ ସୁନ୍ଦର, ତାକୁ ଛୁଇଁବା ସେତେ କଷ୍ଟ
ଏହି ଗହଳିପୂର୍ଣ୍ଣ ସହରରେ
ଇତିହାସ ନିଜର ପୁନରାବୃତ୍ତି କରେ
ଯଦି ଭାବନାର କୌଣସି ଗଭୀର ପ୍ରବାହ ନାହିଁ, ତେବେ ଆମେ ପରସ୍ପରକୁ ଭଲପାଇ ପାରିବା ନାହିଁ
ତମକୁ ପୁଣି ଭଲପାଇବାର ଲାଭ କଣ?
ବିଶ୍ବାସ କରିବା କଷ୍ଟ ଯେ ମୁଁ ତୁମକୁ ବେକାରରେ ଭଲପଇବି ନାହିଁ
ମୁଁ ଅପେକ୍ଷା କରିଛି ତୁମେ ମୋତେ କହିବ ଯେ "ଚିନ୍ତା କରନା"
କେମିତି କେଜାଣି ମୋତେ ଲାଗେ ଯେ ତମେ ଏମିତି କରିବ
ଓ ମୁଁ ନିଜ ଆଖି ଖୋଲିବାକୁ ଅସମର୍ଥ ହେବି
ମୋ ଆଡ଼େ ଆସୁଥିବା ଭବିଷ୍ୟକୁ ଦେଖିବା ପାଇଁ
ଓ ଘନ ବାଦଲ ଆକାଶକୁ ପୁଣି ଆଚ୍ଛାଦିତ କରିଦେବ