ଆହା କି ଅପୂର୍ବ ଶୋଭା ରେ
କୋଳେ ଧରି କୃଷ୍ଣ ଆନନ୍ଦେ ମଗନ,ନନ୍ଦରାଣୀ ଗୋପପୁରେ
ପୁତ୍ରସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ରସ୍ନେହେ ହେଲୁ ବାଇ
ଅନ୍ତ ଚିରି ଜାତ କରିନୁ ସିନା ଲୋ
ଅନ୍ତ ଚିରି ଜାତ କରିନୁ ସିନା ଲୋ
ତୋ ରଙ୍କରତନ ସେହି ଗୋ ଯଶୋଦେ
ପୁତ୍ରସ୍ନେହେ ହେଲୁ ବାଇ
ଯତନେ ପିନ୍ଧାଉ ମୟୁର ଚନ୍ଦ୍ରିକା, ଗଳାରେ କୁସୁମ ହାର
ଖେଳାଇ ବଳାଇ ଭୁଞ୍ଜାଉ ବଳାକୁ , ଆଗରେ ଲବଣୀ ସର
ଆଖିରୁ ଉହାଡ଼ ହେଲେ ତ କୁମର
ଆଖିରୁ ଉହାଡ଼ ହେଲେ ତ କୁମର
ଅଧିରେ ଯାଉ ତୁ ଧାଇଁ ଗୋ ଯଶୋଦେ
ପୁତ୍ରସ୍ନେହେ ହେଲୁ ବାଇ
ବିଧିର ବିଧାନ ମାନି ଶ୍ୟମଘନ ,ଯେବେ ଗଲେ ମଧୁପୁରେ
ବିକଳେ ମାତା ଗୋ କାନ୍ଦିଲୁ ବାହୁନି ,ପୁତ୍ର ରହିଗଲା ଦୂରେ
ଧନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା
ଧନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା
ତୋ ଦୁଃଖ ବୁଝିଲା ନାହିଁ ଗୋ ଯଶୋଦେ
ପୁତ୍ରସ୍ନେହେ ହେଲୁ ବାଇ
ପୁତ୍ରସ୍ନେହେ ହେଲୁ ବାଇ