current location : Lyricf.com
/
Songs
/
ଅଭିମାନିନୀ ଚାନ୍ଦ [Abhimanini chanda] lyrics
ଅଭିମାନିନୀ ଚାନ୍ଦ [Abhimanini chanda] lyrics
turnover time:2024-07-07 16:21:21
ଅଭିମାନିନୀ ଚାନ୍ଦ [Abhimanini chanda] lyrics

ଏ ମନ ଆକାଶ ସାରା, ପଡ଼ିଛି ସୁନେଲି ଖରା

ହସ ତୋର ତାରକଶୀ ରୂପ, ମୁହଁ ଗହମ ଗୋରା

ଏ ମନ ଆକାଶ ସାରା, ପଡ଼ିଛି ସୁନେଲି ଖରା

ହସ ତୋର ତାରକଶୀ ରୂପ, ମୁହଁ ଗହମ ଗୋରା

ଟିକେ ଆଲୁଅ ମାଗିଥିଲି ମୁଁ ମୋ ପାଇଁ ତୋତେ

ଲକ୍ଷେ ଦୀପ ଜାଳିଦେଲୁ ତୁ ଆସିକି ରେ ସତେ

ଘୋଷା :

ନିସର୍ତ୍ତରେ ମୁଁ ଭଲପାଉଛି, ଭଲପାଉଥିବି ରେ

ଖୁସିରେ ତୋର ବାକି ଆୟୁଷ ସରିଯାଉ ରେ

ଅଭିମାନିନୀ ଚାନ୍ଦ ମୁହଁରେ ପ୍ରେମ ବୋଳିଦେଲୁ ରେ

ଖୁସିରେ ତୋର ବାକି ଆୟୁଷ ସରିଯାଉ ରେ

ଅଳ୍ପଅଳ୍ପରେ ସବୁ ଭଲ ଲାଗୁଛି

କି ଜାଦୁ କହ କଲୁ ରେ ଆସି

ଆଖିପତା ମୋ ଖୋଲି ଚାହିଁଲେ ଟିକେ

ତୋ ଚେହେରା ଯାଏ ଦିଶି

ଦୁନିଆର ଶେଷ ସୀମା ସରିଗଲା ପରେ

ପ୍ରେମ ଆମ ବାରମାସେ ଜୀବନ୍ତ ଥିବ ରେ

ଘୋଷା :

ନିସର୍ତ୍ତରେ ମୁଁ ଭଲପାଉଛି, ଭଲପାଉଥିବି ରେ

ଖୁସିରେ ତୋର ବାକି ଆୟୁଷ ସରିଯାଉ ରେ

ଅଭିମାନିନୀ ଚାନ୍ଦ ମୁହଁରେ ପ୍ରେମ ବୋଳିଦେଲୁ ରେ

ଖୁସିରେ ତୋର ବାକି ଆୟୁଷ ସରିଯାଉ ରେ

ଆପେଆପେ ମୁଁ ଟିକେ ହସି ଦେଉଛି

କାରଣ ତା'ର ପାଇନି ରେ ଖୋଜି

ବାଟଘାଟରେ ଖାଲି ଝୁଣ୍ଟି ପଡ଼ୁଛି

ପ୍ରେମରେ କି ମୁଁ ଆଜି ଯାଇଛି ହଜି

ସହରର ବତୀ ସବୁ ଲିଭିଗଲା ପରେ

ତୋତେ ମୁଁ ଦେଖେ ଖାଲି ମିଜି ମିଜି ଆଲୁଅରେ

ଅଭିମାନିନୀ ଚାନ୍ଦ ମୁହଁରେ ପ୍ରେମ ବୋଳିଦେଲୁ ରେ

ଖୁସିରେ ତୋର ବାକି ଆୟୁଷ ସରିଯାଉ ରେ

ନିସର୍ତ୍ତରେ ମୁଁ ଭଲପାଉଛି, ଭଲପାଉଥିବି ରେ

ଖୁସିରେ ତୋର ବାକି ଆୟୁଷ ସରିଯାଉ ରେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Kuldeep Pattanayak
  • country:India
  • Languages:Odia
Kuldeep Pattanayak
Latest update
Copyright 2023-2024 - www.lyricf.com All Rights Reserved