ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ
ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ
ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି
ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି
ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ
ହାତରେ ଚୂଡ଼ି ତୋର, ମୋ ପାଇଁ ବାଜିବନାହିଁ
ପରଦେଶୀ ବୋଲି ଆଜି, ପରଦେଶେ ପର ମୁଁ ହେଲି
କେବେ ବି ତୋ ଦୁନିଆରେ, ତୋରି ପାଶେ ଆପଣା ଥିଲି
ଫୁଲର ସେ ବନ୍ଧନକୁ କଣ୍ଟା ପରି ସହିଜିବି
ଗଜରା ଗଭାରେ ତୋର ମୋ ପାଇଁ କେବେ ସାଜିବନାହିଁ
ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ
ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି
ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି
ସିନ୍ଦୁର ମଥାରେ ମୋର, ତୋ ପାଇଁ କେବେ ସାଜିବନାହିଁ
ହାତରେ ଚୂଡ଼ି ମୋର, ତୋ ପାଇଁ ବାଜିବନାହିଁ
ପିଆସୀ ଆଖିର ଆଶା ଲୁହ ସାଜି ଢେଉରେ ଯାଏ
ଓଠକୁ ଛୁଇଁଲା ପରେ ମୋ ଲହୁରେ ଲହରୀ ଢାଳେ
ତୋତେ ପାଇବାର ଫୁଲ ଆଉ ଯେତେ ସବୁ ଝଡ଼ରେ ଗଲାଣି ଝଡି
ସାରାରାତି ଜାଗି ତାରା ଗଣେ ଏକା, ଜହ୍ନ ଚାଲିଯାଏ ଫେରି
ଯୁଗେଯୁଗେ ତୋରି ପାଇଁ ତୋରି ବାଟ ଚାହିଁଥିବି