current location : Lyricf.com
/
Songs
/
ତୁମ ହସ ଦେଲା ମୋତେ ବିକି [Tuma Hasa Dela Mote Biki] lyrics
ତୁମ ହସ ଦେଲା ମୋତେ ବିକି [Tuma Hasa Dela Mote Biki] lyrics
turnover time:2024-06-30 13:57:28
ତୁମ ହସ ଦେଲା ମୋତେ ବିକି [Tuma Hasa Dela Mote Biki] lyrics

ତୁମ ହସ ଦେଲା ମୋତେ ବିକି

ତୁମ ମନ ଦେଲା ମୋତେ ଫାଙ୍କି

ତୁମ ଓଠ ଦେଲା ମିଛ ସାକ୍ଷୀ

ତୁମ ଆଖି ସିନା ଦେଲା ଠକି

ହେଲେ ତୁମେ ମୋର ପ୍ରିୟା ବୋଲି

ତୁମେ ମୋ ମାନସୀ ବୋଲି ତୁମେ

ଦୁନିଆକୁ କହିବି ମୁଁ ଡାକିଡାକି, ଆରେ ଡାକିଡାକି

ତୁମ ହସ ଦେଲା ମୋତେ ବିକି

ତୁମ ମନ ଦେଲା ମୋତେ ଫାଙ୍କି

ମୋର ଗହମ ନିଦରେ ଗୋରୀ ତୁମେ ଥିଲ ମୋ ସପନ ପରୀ

ମୋର ଗହମ ନିଦରେ ଗୋରୀ ତୁମେ ଥିଲ ମୋ ସପନ ପରୀ

ମୋର ମନର ସାଗରେ ଗୋରୀ ତୁମେ ଥିଲ ମୋ ଅଶାର ତରି

ତୁମେ ମାୟାବିନୀ ଚୋରାବାଲି ମୋର ମନେ ପ୍ରୀତି ଦେଲ ଭରି

ତୁମେ ମାୟାବିନୀ ଚୋରାବାଲି ମୋର ମନେ ପ୍ରୀତି ଦେଲ ଭରି

ଜାଣିନଥିଲି ଗଲି ରେ ମାଖି, ତୁମେ ଅଜଣା ଦେଶର ପକ୍ଷୀ

ଉଡ଼ିଗଲ ସିନା ଏକା ରଖି, ମୋର ନିରୀହ ମନକୁ ଠକି

ହେଲେ ମୋର ପ୍ରିୟା ବୋଲି

ତୁମେ ମୋ ମାନସୀ ବୋଲି ତୁମେ

ଦୁନିଆକୁ କହିବି ମୁଁ ଡାକିଡାକି, ଆରେ ଡାକିଡାକି

ତୁମ ହସ ଦେଲା ମୋତେ ବିକି

ତୁମ ମନ ଦେଲା ମୋତେ ଫାଙ୍କି

ଅନ୍ଧାର ଘେରା ରାତେ ତୁମେ ଥିଲ ତୁମେ ଥିଲ ଚନ୍ଦ୍ରମା ସତେ

ଅନ୍ଧାର ଘେରା ରାତେ ତୁମେ ଥିଲ ତୁମେ ଥିଲ ଚନ୍ଦ୍ରମା ସତେ

ଥିଲା ମୋ ପଥେ କଣ୍ଟକ ଯେତେ ଦେଲା ଫୁଲର ପରସ ମୋତେ

ଯାହା ସାଇତି ଥିଲି ମୋ ସାଥେ କଲି ସମର୍ପଣ ତୁମ ହାତେ

ଯାହା ସାଇତି ଥିଲି ମୋ ସାଥେ କଲି ସମର୍ପଣ ତୁମ ହାତେ

ତୁମେ ଛଳନାର କଳା ମାଖି ମୋତେ ନେଇଥିଲା ସାଥେ ଡାକି

ତୁମେ ଛଳନାର କଳା ମାଖି ମୋତେ ନେଇଥିଲା ସାଥେ ଡାକି

ଭଲପାଇବା ଥିଲା ମୋ ଝୁଙ୍କି ଭଲପାଇ ସିନା ଗଲି ଠକି

ହେଲେ ମୋର ପ୍ରିୟା ବୋଲି

ତୁମେ ମୋ ମାନସୀ ବୋଲି ତୁମେ

ଦୁନିଆକୁ କହିବି ମୁଁ ଡାକିଡାକି, ଆରେ ଡାକିଡାକି

ତୁମ ହସ ଦେଲା ମୋତେ ବିକି

ତୁମ ମନ ଦେଲା ମୋତେ ଫାଙ୍କି

ତୁମ ଓଠ ଦେଲା ମିଛ ସାକ୍ଷୀ

ତୁମ ଆଖି ସିନା ଦେଲା ଠକି

ହେଲେ ତୁମେ ମୋର ପ୍ରିୟା ବୋଲି

ତୁମେ ମୋ ମାନସୀ ବୋଲି ତୁମେ

ଦୁନିଆକୁ କହିବି ମୁଁ ଡାକିଡାକି, ଆରେ ଡାକିଡାକି

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Chitta Jena
  • country:India
  • Languages:Odia
Chitta Jena
Latest update
Copyright 2023-2024 - www.lyricf.com All Rights Reserved