current location : Lyricf.com
/
Songs
/
ତୁମ ଓଦା ଆଖି [Tuma Oda Akhi] [Transliteration]
ତୁମ ଓଦା ଆଖି [Tuma Oda Akhi] [Transliteration]
turnover time:2024-07-03 08:01:20
ତୁମ ଓଦା ଆଖି [Tuma Oda Akhi] [Transliteration]

ତୁମ ଓଦା ଆଖି , ମୋରି ଦେହରେ

ଭରି ଦେଇ ଯାଏ, ଶ୍ରାବଣ ବର୍ଷାରେ

ତୁମ ଓଦା ଆଖି , ମୋରି ଦେହରେ

ଭରି ଦେଇ ଯାଏ, ଶ୍ରାବଣ ବର୍ଷାରେ

କହୁଥାଏ ରହିବାକୁ, ଚାହେଁନାହିଁ ବୁଝିବାକୁ

ତୁମେ ଗଲା ପରେ ପରେ ...

ତୁମ ଓଦା ଆଖି , ମୋରି ଦେହରେ

ଭରି ଦେଇ ଯାଏ, ଶ୍ରାବଣ ବର୍ଷାରେ

କେବେ ଆସି ଅବେଳା ରେ,ଛୁଇଁଦେଇ ଯାଅନା ଟିକେ

କେବେ ଆସି ଅବେଳା ରେ,ଛୁଇଁଦେଇ ଯାଆନା ଟିକେ

ଭୁଲି ଯିବି ସବୁ କିଛି, ପାଇଗଲେ ପୁଣି କେବେ

ରାଗ ମିଶା ଅଭିମାନ ସବୁ, ସରିଯିବ ହସିଦେଲେ ତୁମେ

ନୂଆ ପୁଣି ହେଇଯିବ ପ୍ରେମ, ଲାଗିଯିବ ପ୍ରେମରଙ୍ଗ ଯେବେ

ମୋରି ବାଟସାରା ତୁ ମୋ ସ୍ମୃତିରେ, ଚାଲିଯିବି ପୁଣି ସେଇ ରାସ୍ତାରେ

କହୁଥିବା ହସି ହସି, ଚାହୁଁଥିବି ବେଶୀ ବେଶୀ

ମଜା ଲାଗେ ସେଇ ଇଶାରାରେ

ତୁମ ଓଦା ଆଖି , ମୋରି ଦେହରେ

ଭରି ଦେଇ ଯାଏ, ଶ୍ରାବଣ ବର୍ଷାରେ

ଅକାରଣେ ଯଦି କେବେ, କହିଦେବି ମୁଁ ରାଗି କିଛି

ଅକାରଣେ ଯଦି କେବେ, କହିଦେବି ମୁଁ ରାଗି କିଛି

ଭାବିନେବ ମୁଁ ତୁମର, ସବୁଦିନ ପାଇଁ ସବୁ କିଛି

ତୁମେ ମୋର, ମୁଁ ତୁମର, ଯେମିତି ସନ୍ଧ୍ୟା ରାତିର,

ରାତି ପାହିଗଲେ ଆସିଯିବ ତୁମେ ପୁଣି ନୂଆ ଗୋଟେ ସକାଳେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Aseema Panda
  • country:India
  • Languages:Odia, English
  • Official site:https://www.instagram.com/aseema_panda/
Aseema Panda
Latest update
Copyright 2023-2024 - www.lyricf.com All Rights Reserved