ସପନର ପଥେ ପଥେ, ସପନର ପଥେ ପଥେ
ସନ୍ଧ୍ୟାରେ ଦିନେ ଗଲି
ସପନର ପଥେ ପଥେ, ସପନର ପଥେ ପଥେ
ସନ୍ଧ୍ୟାରେ ଦିନେ ଗଲି
ହଜିଲା ପ୍ରୀତିକୁ ମୋର, ହଜିଲା ପ୍ରୀତିକୁ ମୋର
ଖୋଜି ମୁଁ ପାଇବି ବୋଲି
ସପନର ପଥେ ପଥେ
ଚାଲିଚାଲି ବହୁ ପଥ ଆସି ଏକ ଗାଁରେ
ଦେଖିଲି ବସିଛି ଏକା ତା କୁଟୀର ଦୂଆରେ
ସନ୍ଧ୍ୟାର ଦୀପ ଜାଳି ଅବରୂପା ଝିଅଟେ
କବରୀର ବାସ ତାର ଉଠୁଥିଲା ଚହଟି
ପଚାରିଲି ପାଶେ ଯାଇ, ପଚାରିଲି ପାଶେ ଯାଇ
"କି ନାମ ତୁମର ବୋଲି "
ଚାହିଁଲା ମୋତେ ସେ ଖାଲି, ଚାହିଁଲା ମୋତେ ସେ ଖାଲି
ନରମ ନୟନ ମେଲି
ସପନର ପଥେ ପଥେ
ଲାଗୁଥିଲା ସେ ତ ବହୁ ପରିଚିତା କିଶୋରୀ
ଖାଲି ତାର ନାଁଟି ଯାହା ଯାଇଥିଲି ପାଶୋରୀ
ସିଏ ବି ତ ଚିହ୍ନାଚିହ୍ନା ପରି ମୋତେ ଚାହିଁଲା
ନାଁଟି ତା ଶେଷକୁ ସେ..."ପ୍ରୀତି" ବୋଲି କହିଲା
ତାର ଦୀପଶିଖା ମୋର, ତାର ଦୀପଶିଖା ମୋର
ମନ ଆଲୋକିତ କରି
ଅଜଣା ପୁଲକେ ସତେ,ଅଜଣା ପୁଲକେ ସତେ
ମରମ ଦେଲା ତ ଘାରି
ସପନର ପଥେ ପଥେ
ସପନ ଭାଜିଲା ଶେଷେ ଦେଖିଲି ମୁଁ ଅନାଇ
ପ୍ରୀତି ମୋର ପ୍ରିୟତମା ଗଲା କାହିଁ ଉଭାଇ
ମନେମନେ ସେଇଦିନୁ ଚାହିଁଚାହିଁ ତା ପଥ
ବସିଛି ସେ ସତେ ପୁଣି କେବେ ଫେରିଆସିବ
ପୁଣି ମୋତେ ଆଲୋକିତ, ପୁଣି ମୋତେ ଆଲୋକିତ
କରିବ ସେ ଦୀପ ଜାଳି
ଅଜଣା ପୁଲକେ ମୋର ,ଅଜଣା ପୁଲକେ ମୋର
ଦେବ ସେ ମରମ ଭରି
ସପନର ପଥେ ପଥେ, ସପନର ପଥେ ପଥେ
ସନ୍ଧ୍ୟାରେ ଦିନେ ଗଲି