ମନଲୋଭା ମୋହ ତୋର ଯେବେ ଯେବେ ଦିଶେ
ସେ ମୋହ ର ଆରପରେ ପୃଥିବୀ ମୋ ହସେ
ଜହ୍ନ ଯେବେ ଉଇଁ ଯାଏ ତୋ ପ୍ରେମ ଆକାଶେ
ମାନିନୀ ଏ ମନ ମୋର ମହମହ ବାସେ
ତୋତେ ଦେଖି ମେଘରାଜ ଇର୍ଷା ରେ ଜଳୁଛି ବସି
ବର୍ଷାଠାରୁ ପ୍ରେମ ତୋର ଦାମୀ ଲାଗେ କାଳେ ବେଶୀ
ସେଥିପାଇଁ ସେ ତୋତେ ଛୁଇଁକି ଯାଏ ଅଦିନେ ବରଷି
ହାଏ, ହାଏ ରେ, ହାଏ ରେ, ମୋ ବାରମାସୀ
ମରିଯାଏ ଜହ୍ନ ଲାଜେ ତୁ ଦେଲେ ହସି
ହାଏ, ହାଏ ରେ, ହାଏ ରେ, ମୁଁ ତ ବାରମାସୀ
ପ୍ରେମ ତୋର ଦେଲା ଆଣି ମୋତେ ଖୁସି
ଯେବେଠାରୁ ଆଖି ଦେଖୁଛି ସପନ
ତା ଆଗରୁ ଆସି ତୁ ସେଠି
ତୋତେ ଦେଖିଦେଖି ଜିଇଁବା ଶିଖିଛି
ତୁ ଖାଲି ମୋର ଥିଲେ ଏକା ଯୋଉଠି
ଆଖି ତୋର ଲାଜେଲାଜେ ଚୋରା କଥା ଦିଏ କହି
ଆଉ କିଛି କଥା ବୋଧେ ବାକି ଅଛି ଓଠ ପାଇଁ
ତୋତେ ପାଇ ରେ ଏବେ ଲାଗେ ରେ, ଜହ୍ନ ଗଲା ହାତେ ଖସି
ହାଏ, ହାଏ ରେ, ହାଏ ରେ, ମୋ ବାରମାସୀ
ମରିଯାଏ ଜହ୍ନ ଲାଜେ ତୁ ଦେଲେ ହସି
ହାଏ, ହାଏ ରେ, ହାଏ ରେ, ମୁଁ ତ ବାରମାସୀ
ପ୍ରେମ ତୋର ଦେଲା ଆଣି ମୋତେ ଖୁସି
ଯାହାର ନାଁ ଆପେ ଶୁଣିଲେ କାହିଁକି, ଲାଗୁଛି ରେ ସିଏ ତୋ ନାଁ ପରି
ନିଦ ଗାଁ ସାରା ତୋ ଚେହେରା, ସପନ ବସୁଛି ତୋ ଦେହ ଭଳି
ମନ ତୋର ମହକୁଛି ମୋ ଛାତିରେ ରହିରହି
ତୋତେ ଯେତେ ଭାବିଲେ ବି ଭାବନା ମୋ ସରୁନାହିଁ
ଟିକେ ଖୁସିରେ ମନ ଝୁମୁଛି, ସତେ ପ୍ରେମଋତୁ ଗଲା ଆସି